Mon. Sep 28th, 2026

ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

334 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତର ପୌକା ଗାଁ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଟ୍ରକ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ଶ୍ରମିକଙ୍କ ନାଁ ପ୍ରଶାନ୍ତ ଦୀପ। ତାଙ୍କ ଘର କମାରପଡ଼ାରେ। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ନଦୀରୁ ବାଲି ନେଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ମନମୁଣ୍ଡା ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

By amfnews

Related Post