Thu. May 14th, 2026

ଟ୍ରକ୍‌ ପଛରେ ପିଟିହେଲା କାର୍‌

304 Views

ନିଆଳି : କଟକ ଜିଲ୍ଲା ନିଆଳି- ଫୁଲନଖରା ରାସ୍ତାର ମଝିଖଣ୍ଡ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ  ଟ୍ରକ୍‌ ସହ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।  ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post