Thu. Jun 11th, 2026

ଟ୍ରକ୍‌ ଧକ୍କା ଖାଇ ଦୁଇଟି ହାତୀ ମୃତ ଓ ଗୋଟିଏ ଆହତ

192 Views

କେନ୍ଦୁଝର  : ବୁଧବାର ବିଳମ୍ବିତ ରାତ୍ରୀରେ କୋଡ଼ିଏ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବନାଞ୍ଚଳ ଅଧୀନ ବାଲିଯୋଡ଼ି ଠାରେ ଟ୍ରକ୍‌ ଧକ୍କା ଖାଇ ଦୁଇଟି ହାତୀ ମରିଯାଇଛନ୍ତି ଏବଂ ଅନ୍ୟ ଗୋଟାଏ ହାତୀ ସାଙ୍ଘାତିକ ଆହତ ହୋଇଛି।

ମୃତ ହାତୀମାନଙ୍କ ମଧ୍ୟରେ ଅଛନ୍ତି ଗୋଟାଏ ମାଈହାତୀ ଏବଂ ଗୋଟାଏ ଛୁଆ। ଅନ୍ୟ ଗୋଟାଏ ମାଈହାତୀ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି।

ଦଶଟି ହାତୀ ଥିବା ଗୋଟାଏ ପଲ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ହାତୀମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମର ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ।

ଏକାଧିକ ଟ୍ରକ୍‌ ହାତୀମାନଙ୍କୁ ଧକ୍କା ଦେଇଥାଇ ପାରନ୍ତି ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ବନ ବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି। ଏବେ ସେମାନେ ଘଟଣାସ୍ଥଳରେ ଗୋଟାଏ ଟ୍ରକ୍‌କୁ ଜବତ କରି ତା’ର ହେଲ୍‌ପର୍‌କୁ ଅଟକ ରଖିଛନ୍ତି।
ଜୀବନ ସହ ସଂଗ୍ରାମ କରୁଥିବା ଆହତ ହାତୀର ଦେଖାଶୁଣା କରୁଛନ୍ତି। ତା’ର ଗୋଡ଼ ଭାଙ୍ଗି ଯାଇଛି ବୋଲି କୁହାଯାଉଛି।

By amfnews

Related Post