Sun. Sep 27th, 2026

ଟ୍ରକ୍‌-ଟ୍ରକ୍‌ ଧକ୍କା; ଡ୍ରାଇଭର୍‌ ମୃତ, ହେଲପର୍‌ ଆହତ

220 Views

ଯାଜପୁର/ଛତିଆ  : ସୋମବାର ବଡ଼ି ସକାଳୁ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡ଼େଇ ଛକ ଠାରେ ଦୁଇଟି ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଟ୍ରକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି ଓ ଜଣେ ହେଲ୍‌ପର୍‌ ଆହତ ହୋଇଛନ୍ତି।

ମୃତ ଟ୍ରକ୍‌ ଚାଳକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ୪୦ ବର୍ଷିୟ କୃଷ୍ଣ ଦଳେଇ ଓ ଆହତ ହେଲ୍‌ପର୍‌ ହେଉଛନ୍ତି ୧୯ ବର୍ଷିୟ ମୁନା ଦାସ। କଡ଼େଇଛକ ଠାରେ ରାସ୍ତାକଡ଼କୁ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ ପଛ ପଟେ କଲିକତା ଅଭିମୁଖେ ଯାଉଥିବା ଅନ୍ୟ ଗୋଟାଏ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଆହତ ମୁନାଙ୍କୁ ଚିକିତ୍ସା କରାଇବାକୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post