Sat. Oct 3rd, 2026
251 Views

ବଲାଙ୍ଗିର : ବଲାଙ୍ଗିର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ହଠାତ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ପରେ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଲିଭାଇବାରେ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଲାଗିଥିବା ଟ୍ରକ୍‌ର ମାଲିକ ବଲାଙ୍ଗିର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି। ଟ୍ରକ୍‌ରେ ନିଆଁ ଲାଗି ଯିବା ଯୋଗୁ ଗୋଟିଏ ଘଣ୍ଟା ପାଇଁ ବଲାଙ୍ଗିର-ସୋନପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

By amfnews

Related Post