Fri. May 22nd, 2026

ଟୋକନ କଷ୍ଟ ଦୂର ଲାଗି ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ଚାଷୀ

179 Views

ସମ୍ବଲପୁର : ଧାନ କିଣାରେ ଟୋକନ୍ ଅବ୍ୟବସ୍ଥାକୁ ନେଇ ଗତକାଲିଠୁ ରାସ୍ତାକୁ ଓହ୍ଲାଇଥିବା ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଟୋକନ କଷ୍ଟ ଦୂର ଲାଗି ସମ୍ବଲପୁର ଉପଜିଲ୍ଲାପାଳ ୫ ଦଫା ସମ୍ବଳିତ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଏହି ପ୍ରତିଶ୍ରୁତି ମଧ୍ୟରେ ପିପିଏସ୍‌ରେ ନାଁ ରେଜିଷ୍ଟର ଥିବା ଚାଷୀଙ୍କ ଧାନ ମଣ୍ଡିକୁ ଆସିଲେ ଟୋକନ୍ ଜେନେରେଟ୍ କରାଯାଇ ବିକ୍ରିର ବ୍ୟବସ୍ଥା ହେବ,  .ଯେଉଁ ଚାଷୀଙ୍କ IRIS ସ୍କାନିଂରେ ଅସୁବିଧା ଦେଖାଦେବ,  ତାଙ୍କ ସମ୍ପର୍କୀୟଙ୍କ ଆଧାର ସହ ଯୋଡ଼ି ପେମେଣ୍ଟ କରାଯାଇପାରିବ ରହିଛି । ଏହାବ୍ୟତିତ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ୭ ଦିନ ମଧ୍ୟରେ ଏହାର ସମାଧାନ ହେବ, ଧାନର ମାନ ସମ୍ପର୍କୀୟ ସମସ୍ୟା ସମାଧାନ ପାଇଁ  ସ୍କ୍ୱାର୍ଡ ଗଠନ ହେବ, ଏବଂ କୁଚିଣ୍ଡା ଉପଖଣ୍ଡରେ ଦେଖାଦେଇଥିବା ଟୋକନ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଲିଖିତ ଭାବେ ଜଣାଇଛନ୍ତି ।  ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଧାନ କିଣାଯାଇପାରୁନଥିବା ଅଭିଯୋଗ କରି ଗତକାଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଚାଷୀ।

By amfnews

Related Post