Sun. Aug 23rd, 2026

ଟିକିଟ୍‌ ବଣ୍ଟନ ବିବାଦ ଯୋଗୁଁ ଛତିଶଗଡ଼ରେ କଂଗ୍ରେସ କର୍ମୀ ଭାଙ୍ଗିଲେ ଚେୟାର୍‌ ଓ ଫୁଲକୁଣ୍ଡ

165 Views

ରାୟପୁର, ନଭେମ୍ବର ୦୨ : ବିଧାନ ସଭା ନିର୍ବାଚନ ପୂର୍ବରୁ ଟିକିଟ ବଣ୍ଟନଜନିତ ଅସନ୍ତୋଷ କାରଣରୁ ରାଜ୍ୟର କଂଗ୍ରେସ କର୍ମୀମାନେ ନିଜ ନିଜ ମଧ୍ୟରେ ମାଡ଼ଗୋଳ ଆରମ୍ଭ କରି ଦେଇଛନ୍ତି। ଗୁରୁବାର ରାତିରେ ରାୟପୁର ଏବଂ ବିଳାସପୁରସ୍ଥିତ ପାର୍ଟି ଅଫିସରେ ଟିକିଟ୍‌ ବଣ୍ଟନ କଥାକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଲଢ଼େଇରେ ପରିବର୍ତ୍ତନ ହୋଇଥିଲା।

ତା’ପରେ ଉଭୟ ସହରର କଂଗ୍ରେସ ଅଫିସ୍‌ରେ ଦେଖିବାକୁ ମିଳିଥିଲା ଭଙ୍ଗା ଚେୟାର୍‌, ଧ୍ୱଂସ୍ତ ଫୁଲକୁଣ୍ଡ ଏବଂ ନାରାବାଜି। ରାୟପୁର ଅଫସ୍‌ରେ ବିବାଦର କାରଣ ହେଲା ରାୟପୁର ଦକ୍ଷିଣ ଆସନ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ କଂଗ୍ରେସ ନେତା ଆର୍‌ ତିଓ୍ଵାରି।

ବିଳାସପୁର ଦଳୀୟ କାର୍ଯ୍ୟାଳୟରେ ମଧ୍ୟ କନ୍ଦଳମୟ ପରିସ୍ଥିତି ଉପୁଜିଥିଲା। ସେଠାରେ ଦଳର ନେତା ନରେନ୍ଦ୍ର ବୋଲାର ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ନଭେମ୍ବର ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏଠାରେ ନିର୍ବାଚନ କରାଯିବ। ତିନି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କଂଗ୍ରେସ ଚାଲେଞ୍ଜ କରିବାକୁ ଉଦ୍ୟମ କରୁଛି।

By amfnews

Related Post