Thu. Oct 15th, 2026

ଟିକଟକ୍ ଓ ହେଲୋ ହୋଇପାରେ ବ୍ୟାନ୍

282 Views

ନୂଆଦିଲ୍ଲୀ  : କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟିକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ବ୍ୟାନ ହୋଇପାରନ୍ତି।

ସୂଚନାଯୋଗ୍ୟ, ଆରଏସଏସ ସହ ଜଡିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିକଟିକ ଏବଂ ସ୍ୱଦେଶୀ ସୋଶାଲ ମିଡିଆ କମ୍ପାନୀ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏହା ଜାଣିବା ପରେ ଆଇଟି ମନ୍ତ୍ରଣାଳୟ ଏହି ଦୁଇ ସଂସ୍ଥାକୁ ନୋଟିସ ପଠାଇଛି।

ଏବେ ଟିକଟକ୍ ଏବଂ ହେଲୋ ପ୍ରାଥମିକ ଭାବରେ ମିଳିତ ଉତ୍ତର ରଖି କହିଛନ୍ତି ଯେ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ଟେକ୍ନୋଲଜିକୁ ଦେଶ ବିରୋଧୀ କାର୍ଯ୍ୟରେ ବ୍ୟବହାର କରିବାରେ। ଆଗାମୀ ଦିନରେ ଦୁଇ କମ୍ପାନୀ ୬୫୦୦ କୋଟି ଟଙ୍କା ଭାରତରେ ପୁଞ୍ଜି ନିବେଶ କରିବେ ବୋଲି କହିଛନ୍ତି। ଏହାଦ୍ୱାରା ଦେଶର ଆଇଟି କ୍ଷେତ୍ରରେ ବିକାଶ ହେବ।

 

By amfnews

Related Post