Tue. Aug 11th, 2026
421 Views

ବ୍ରହ୍ମପୁର : ଝିଅ ସରକାରୀ ଚାକିରି ନ ଛାଡ଼ିବାରୁ ଗାଁରେ ବାପାମା’ଙ୍କୁ ବାସନ୍ଦ କଲେ ଲୋକେ। ନିଆଁପାଣି ବନ୍ଦ କରିବା ସହ ଗାଁ ରାସ୍ତାରେ ଯିବାକୁ ମଧ୍ୟ ସେମାନଙ୍କୁ ବାରଣ କରାଯାଇଛି। ଏଭଳି ଏକ ଅବିଶ୍ୱାସନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବଡ଼ଖଣ୍ଡିରେ ଗାଁରେ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ଆସୁଛି।
ଆହୁରି ପଢ଼ନ୍ତୁ

ଏବେ ଏହି ମଧ୍ୟ ବୟସ୍କ ଦମ୍ପତି ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସକୁ ଭିଡିଓ ବାର୍ତ୍ତାରେ ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କ ଝିଅକୁ ଚାକିରି ଛାଡ଼ିବା ଲାଗି ଗାଁର କିଛି ଲୋକ ବାଧ୍ୟ କରିଥିଲେ।  ହେଲେ ଝିଅ ଚାକିରି ନ ଛାଡ଼ିବାରୁ ୫ରୁ ୬ ଜଣ ଲୋକ ତାଙ୍କ ଉପରେ ୫୫୦୦ ଟଙ୍କାର ଜରିମାନା ଲଗାଇଥିଲେ। ଏଥିସହ ନିଆଁ ପାଣି ବାସନ୍ଦ କରିଛନ୍ତି। ଏପରିକି ଗାଁ ଦୋକାନୀକୁ ସଉଦାପତ୍ର ଦେବାକୁ ମଧ୍ୟ ମନା କରିଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଏବେ ଗାଁ ଛାଡ଼ି ଗଜପତି ଜିଲ୍ଲାରେ ଝିଅ ପାଖରେ ଆଶ୍ରୟ ନେଇଛନ୍ତି।

By amfnews

Related Post