Wed. Jul 1st, 2026

ଜେଲ ଫେରନ୍ତା ଯୁବକକୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

196 Views

ପାଲଲହଡ଼ା: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏଥିରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ପାଲଲହଡ଼ା ସହରର ଇଲେକ୍ଟ୍ରି ଅଫିସ ଛକରେ ସକାଳେ ନରେନ୍ଦ୍ର ବେହେରା ନାମକ ଜଣେ ଯୁବକ ଚା ପିଉଥିବା ବେଳେ ଉକ୍ତ ଯୁବକଙ୍କୁ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କୁହାଯାଉଛି ଯେ ନରେନ୍ଦ୍ର ଜଣେ ଯୁବତୀଙ୍କୁ ଅପହରଣ କରିବା ମାମଲାରେ ଗିରଫ ହୋଇ ତାଳଚେର ଜେଲରେ ଥିଲେ। ସେ ଗତ ୨୨ ତାରିଖରେ ଜାମିନରେ ମୁକୁଳିଥିଲେ।

ଆଜି ସକାଳ ସାଢ଼େ ୭ଟା ସମୟରେ ସେହି କଥାକୁନେଇ ନରେନ୍ଦ୍ର ବେହେରା(୨୫)ଙ୍କ ସହ ଉକ୍ତ ଦୁର୍ବୃତ୍ତମାନଙ୍କ ସହ ବଚସା ହୋଇଥିଲା। ତାପରେ ସେମାନେ ଉତକ୍ଷିପ୍ତ ହୋଇ ଛୁରି ଭୁସି ହତ୍ୟା କରିଥିଲେ। ଏହାପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ପକ୍ଷରୁ କୁହାଯାଉଛି ଯେ ଏହି ହତ୍ୟାକାଣ୍ଡରେ ଜଡ଼ିତ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି।ସେଦୁହିଁଙ୍କୁ ଧରିବାଲାଗି ପୁଲିସ ଉଦ୍ୟମ କରୁଥିବା ଜଣାଯାଇଛି।

By amfnews

Related Post