Thu. Oct 15th, 2026

ଜେଏନୟୁ ଫି’ ୫୦% ହ୍ରାସ କରିବାକୁ ସ୍ୱତନ୍ତ୍ର ପ୍ୟାନେଲର ପ୍ରସ୍ତାବ

250 Views

ନୂଆଦିଲ୍ଲୀ : ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ବିଭିନ୍ନ ଫି’ ବୃଦ୍ଧିକୁ ନେଇ ଛାତ୍ର ଆନ୍ଦୋଳନ ଜାରି ରହିଛି। ଫି’ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଜେଏନୟୁର ଆଭ୍ୟନ୍ତରୀଣ ଉଚ୍ଚସ୍ତରୀୟ ପ୍ୟାନେଲ(ଏଚ୍‌ଏଲସି) ହଷ୍ଟେଲ ଫି’ ଓ ୟୁଟିଲିଟି ଚାର୍ଜକୁ ୫୦% ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି। ସେହିପରି ବିପିଏଲ ବର୍ଗରେ ଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨୫% ଫି’ ଛାଡ଼ କରାଯିବ ବୋଲି ପ୍ୟାନେଲ ପକ୍ଷରୁ କୁହାଯାଇଛି।

ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ମଧ୍ୟ ମଞ୍ଜୁରୀ ଦେଇଛି। ଏହା ୨୦୨୦ ଜାନୁଆରୀ ମାସରୁ କାର୍ଯ୍ୟକାରୀ ହେବ। ହେଲେ ଏଥିରେ ଛାତ୍ରଛାତ୍ରୀମାନେ ରାଜି ହୋଇ ନାହାନ୍ତି। ସେମାନେ ସଂପୂର୍ଣ୍ଣ ଭାବେ ଫି’ ଛାଡ଼ କରିବାକୁ ଦାବି କରିଛନ୍ତି।

ନୂଆ ପ୍ରସ୍ତାବ ଅନୁଯାୟୀ, ଜଣେ ଛାତ୍ର ମାସିକ ହଷ୍ଟେଲ ଓ ସର୍ଭିସ ଫି’ ବାବଦକୁ ୨୦୦୦ ହଜାର ଟଙ୍କା ବଦଳରେ ୧୦୦୦ ଟଙ୍କା ଦେବେ। ସେହିପରି ବିପିଏଲ ବର୍ଗର ହୋଇଥିଲେ ତାଙ୍କୁ ମାସିକ ୫୦୦ ଟଙ୍କା ଦେବାକୁ ପଡ଼ିବ। ଏହା କେବଳ ହଷ୍ଟେଲ ଏବଂ ୟୁଟିଲିଟି ଫି’ ବାବଦ ଅର୍ଥ।

By amfnews

Related Post