Thu. Sep 3rd, 2026

ଜୁଲାଇ ୧୮ ଆସ୍ଥା ଭୋଟ୍‌ରେ ହାଜର ହେବାକୁ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଧ୍ୟ କରି ହେବନି: ସୁପ୍ରିମ୍‌ କୋର୍ଟ

231 Views

ନୂଆଦିଲ୍ଲୀ  : ଆସନ୍ତାକାଲି ହେବାକୁ ଥିବା ଆସ୍ଥାଭୋଟ୍‌ରେ ବିଦ୍ରୋହୀ ବିଧାୟକମାନେ ଭାଗ ନେବା ଜରୁରୀ ନୁହେଁ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ବାଚସ୍ପତି ଇସ୍ତଫା ପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ୧୫ ଜଣ କର୍ଣ୍ଣାଟକ ବିଧାୟକ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି।

ଅଦାଲତ ଆହୁରି କହିଛନ୍ତି ଯେ ଅଯୋଗ୍ୟପଣିଆ ଏବଂ ଇସ୍ତଫା ବିଷୟରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କର ସ୍ୱାଧୀନତା ରହିଛି। ଏଥିପାଇଁ କୌଣସି ସମୟ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ।

ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଶୀର୍ଷ ଅଦାଲତଙ୍କ ଖଣ୍ଡପୀଠ କହିଲେ: ନିଷ୍ପତ୍ତି ଗ୍ରହଣ କରିବାରେ ବାଚସ୍ପତିଙ୍କର ସ୍ୱାଧୀନତା ରହିବା ଉଚିତ, ଏଥିରେ କୌଣସି ଅଦାଲତ ବାଧା ଦେବା ଅନୁଚିତ। ନିୟମ ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କର ସ୍ୱାଧୀନତା ରହିଛି ଏହି ରାୟକୁ ବାଚସ୍ପତି କେଆର୍‌ ରମେଶ ସ୍ୱାଗତ କରି କହିଛନ୍ତି: ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ମୁଁ ସ୍ୱାଗତ ଓ ସମ୍ମାନ କରୁଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସେଲିବ୍ରେଟ୍‌ କରି କର୍ଣ୍ଣାଟକ କଂଗ୍ରେସ ଟୁଇଟ୍‌ କରିଛି: ଅପରେସନ୍‌ କମଳା ବିଫଳ ହୋଇଛି। ସତ୍ୟମେବ ଜୟତେ।

By amfnews

Related Post