Thu. Jul 2nd, 2026

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା; ପୀଡ଼ିତାଙ୍କ ସାନି ବୟାନ ରେକର୍ଡ

233 Views

ଧର୍ମଗଡ଼  : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମର  ଭିଡିଓ ଭାଇରାଲ ଘଟଣାରେ ପୁଲିସ୍‌ ଆଜି ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ଓ ମହିଳା ପୁଲିସଙ୍କ ଉପସ୍ଥିତିରେ ଧାରା ୧୬ ଅନୁଯାୟୀ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଲଳିନ୍ଦ୍ରକୁ ଆଜି ଡାକ୍ତରୀମାଇନା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ। ସୂଚନାଯୋଗ୍ୟ, ଗତକାଲି ଲଳିନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା ଗଣମାଧ୍ୟମ ଆଗରେ କହିଥିଲେ।

ସେ ଆହୁରି କହିଥିଲେ,“ଘଟଣା ଦିନ ଭବାନୀପାଟଣାର ଏକ କ୍ଲିନିକରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ବେଳେ ବସ୍‌ଷ୍ଟାଣ୍ଡରେ ମୋର ଲଳିନ୍ଦ୍ର ସହ ଭେଟ ହୋଇଥିଲା। ସେଠାରୁ ମୋତେ ସେ ଲିଫ୍ଟ ଦେଇଥିଲା। ତା’ ସହ ଆସିବାବେଳେ ସେ ବନମାଳିପୁର ନିକଟରେ ବାଇକ୍ ରଖି ଦେଇଥିଲା। ସେଠାରୁ ୬ ଜଣ ଯୁବକ ଆସି ମୋତେ ଉଠାଇ ନେଇଗଲେ। ଲଳିନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ ପରେ ଅନ୍ୟମାନେ ମଧ୍ୟ ଦୁଷ୍କର୍ମ କରିଥିଲେ।” ପୀଡ଼ିତା ଆହୁରି କହିଥିଲେ,“ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦରକାର। ଲଳିନ୍ଦ୍ର ଘଟଣାର ମୁଖ୍ୟ ଖଳନାୟକ। ଯଦି ତାକୁ ଛାଡ଼ି ଦିଆଯାଏ, ତାହାହେଲେ ମୁଁ ଆତ୍ମହତ୍ୟା କରିବି।

By amfnews

Related Post