Wed. Sep 23rd, 2026

ଜୁଆ ଆଡ୍ଶରେ ଚଢ଼ାଉ: ୭ ଲକ୍ଷ ଟଙ୍କା ଜବତ, ୧୫ ଜଣ ଗିରଫ

275 Views

ଗଞ୍ଜାମ : ଗୁରୁବାର ରାତିରେ ବ୍ରହ୍ମପୁର ସହର ଥାନା ପୁଲିସ ଗୋଟାଏ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୭୬୮୭୧୦/- ଟଙ୍କା ଜବତ କରିଛି। ଭୀମରାଓପେଟା ଠାରେ ଚାଲିଥିବା ଏହି ଜୁଆ ଆଡ୍ଡାରୁ ୧୫ ଜଣକୁ ଗିରଫ କରାଯିବା ସହ ୧୦୪ ପଟ ତାସ୍‌, ପ୍ଲାଷ୍ଟିକ୍‌ ମସିଣା, ୧୬ଟି ମୋବାଇଲ୍‌ ଫୋନ୍‌, ୫ଟି ମଟରସାଇକେଲ୍‌ ଜବତ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ଡିପିଓ କହିଛନ୍ତି।

By amfnews

Related Post