Fri. Oct 2nd, 2026
324 Views

ଆସ୍କା :  କେଜାଣି, କେମିତି ଉଭୟ ପଡ଼ିଗଲେ ପ୍ରେମରେ। ଦିନେ ନ ଦେଖିଲେ ପାଗଳ ପ୍ରାୟ ଲାଗୁଥିଲା। ହେଲେ  ପ୍ରେମ ନେଇପାରିଲାନି ବାସ୍ତବ ରୂପ। ପ୍ରତିବନ୍ଧକ ସାଜିଲେ ଉଭୟଙ୍କ ପରିବାର। ଗୋଟିଏ ଗାଁର ହୋଇଥିବାରୁ ଉଭୟ ପରିବାର ମଧ୍ୟରେ ଦେଖାଦେଲା ଶତ୍ରୁତା। ସମାଧାନ ନିମନ୍ତେ ବସିଲା ଗ୍ରାମସଭା। କିନ୍ତୁ ନିଷ୍କର୍ସ କିଛି ବାହାରି ପାରିଲାନି। ବଞ୍ଚି ଥାଉ ଥାଉ ସମାଜ ଏକାଠି କରାଇ ନ ଦେବାରୁ ମୃତ୍ୟୁକୁ ହିଁ ଏକମାତ୍ର ପଥ ରୂପେ ବାଛି ନେଲେ ଉଭୟ ପ୍ରେମୀ ଯୁଗଳ। ଆଉ ତା’ ପରେ ଗାଁ ଦାଣ୍ଡରେ ଥିବା ଏକ ଗଛରେ ହାତ ଧରା ଧରି ହୋଇ ଝୁଲି ପଡ଼ିଲେ ଉଭୟ। ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ସୁନାପଲ୍ଲୀରେ ଘଟିଛି।

ଶନିବାର ଭୋରରୁ  ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ।  ଗ୍ରାମବାସୀଙ୍କ ସୂଚନା ମୁତାବକ,  ଉଭୟଙ୍କ  ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ରହିଥିଲା । ପରେ ଏନେଇ ବୈଠକ ମଧ୍ୟ ଡକାଯାଇଥିଲା । ତେବେ ଗତ ରାତିରେ ଏହି ଦୁଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ବି ଲାଗିରହିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post