Sun. Jul 26th, 2026

ଜୀବନ୍ତଦଗ୍ଧ ହୋଇ ବାଲିକୁଦା ମେଡିକାଲରେ ମୃତ୍ୟୁ ଘଟିଥିବା ଯୁବକଙ୍କର ମିଳିଲା ପରିଚୟ

273 Views

ବାଲିକୁଦା : ଗତକାଲି ବାଲିକୁଦା ମେଡିକାଲରେ ମୃତ୍ୟୁ ଘଟିଥିବା ଯୁବକଙ୍କ ସଂପର୍କରେ ଆଜି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାମ ହେଲା କୃଷ୍ଣଚନ୍ଦ୍ର ଚମ୍ପତିରାୟ ଓରଫ ସାଗର। ତାଙ୍କ ଘର ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।

ମୃତକ କୃଷ୍ଣଚନ୍ଦ୍ର ଚମ୍ପତିରାୟ ଓରଫ ସାଗରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଗତ ଦୁଇ ଦିନତଳେ ଅହମ୍ମଦାବାଦକୁ ଯାଉଛି ବୋଲି କହି ଘରୁ ଯାଇ ନଥିଲେ। ସାଗରଙ୍କ ପାଖକୁ ମଧୁ ନାମକ ଜଣେ ବିବାହିତା ଯୁବତୀ ଅନେକ ସମୟରେ ଫୋନ୍ କରନ୍ତି। ସୂଚନାଯୋଗ୍ୟ ସାଗର ଅହମ୍ମଦାବାଦର ଏକ କଂପାନିରେ କଂପ୍ୟୁଟର ସହକାରୀଭାବେ କାମ କରନ୍ତି। ସେ ଅହମ୍ମଦାବାଦ ନଯାଇ ବାଲିକୁଦାରେ ମଧୁଙ୍କ ସହ ଦେଖା କରିବାକୁ ଆସିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ସାଗରଙ୍କ ଛାତ ଚଟାଣ ଉପରେ ରକ୍ତରେ ‘ମଧୁ’ ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା।ଦେବଗ୍ରାମରେ ମା’ ଦେବୀଙ୍କ ମହାଷ୍ଟମୀ ପୂଜା ଚାଲିଥିଲା। ଗାଁ ମୁଣ୍ତରେ ଥିବା ଉପ୍ରା ବିଦ୍ୟାଳୟ ଛାତ ଉପରେ କେହି ଜଣେ ଚିତ୍କାର କରୁଥିବା ଲୋକେ ଶୁଣିବାକୁ ପାଇଥିଲେ। ଗାଁ ଲୋକେ ପହଞ୍ଚି ଜଣେ ଯୁବକଙ୍କୁ ଜଳୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ପୁଲିସ ପହଞ୍ଚିବା ବେଳକୁ ଯୁବକଙ୍କ ଶରୀରର ୯୦ ଭାଗ ଜଳି ସାରିଥିବାରୁ ତାଙ୍କ ପରିଚୟ ଜାଣିବା ସମ୍ଭବ ହୋଇପାରି ନଥିଲା। ପୁଲିସ ତାଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post