Sun. Aug 16th, 2026

ଜି-୨୦ ସମ୍ମିଳନୀ ଆଜି : ଭିଡିଓ କନ୍‌ଫରେନ୍‌ସିଂରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

313 Views

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରି ମୁକାବିଲା ନେଇ ଆସନ୍ତାକାଲି ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଂଶଗ୍ରହଣ କରିବେ। କରୋନା ଭାଇରସ ମହାମାରିର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବେ। ରିଆଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ସାଉଦି ଆରବ କ୍ରାଉନ୍‌ ପ୍ରିନ୍‌ସ ଅଧ୍ୟକ୍ଷତା କରିବେ। ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। କରୋନା ଭାଇରସ ମୁକାବିଲା ନେଇ ଜି-୨୦ ସଦସ୍ୟ ରାଷ୍ଟ୍ରମାନେ ଏଥିରେ ବୈଶିକ ରଣନୀତି ନିର୍ଦ୍ଧାରଣ କରିବେ। ଆସନ୍ତାକାଲି ସନ୍ଧ୍ୟାରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ସମ୍ମିଳନୀ ପ୍ରସ୍ତୁତି ନେଇ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭନ୍‌ ଡେର୍‌ ଲାଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବାବେଳେ ଏହାର ମୁକାବିଲା ନେଇ ଏହି ସମ୍ମିଳନୀରେ ବିଶେଷ ଆଲୋଚନା ହେବ। ସେହିଭଳି ସାଉଦି କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲମନ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି।

By amfnews

Related Post