Wed. Jul 22nd, 2026

ଜିଲା ମହିଳା ମୋର୍ଚ୍ଚାର ପୂର୍ଣ୍ଣାଙ୍ଗ କମିଟି ଘୋଷଣା

341 Views

ରାଉରକେଲା, ୧୩/୭ : ବିଜେପି ପାନପୋଷ ସାଙ୍ଗଠନିକ ଜିଲାର ପ୍ରସ୍ତାବିତ ପୂର୍ଣ୍ଣାଙ୍ଗ କମିଟିକୁ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅନୁମୋଦନକ୍ରମେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।

ଏହି ପୂର୍ଣ୍ଣାଙ୍ଗ କମିଟିରେ ଜିଲା ମହିଳା ସଭାନେତ୍ରୀ ଭାବେ ଲତିକା ପଟ୍ଟନାୟକ, ଉପସଭାନେତ୍ରୀ ଭୂମିଜ ରଶ୍ମିତା ଦାସ, ସାଧାରଣ ସମ୍ପାଦିକା ପଦ୍ମିନୀ ଦାଶ, ଇପ୍ସିତା ବିଶ୍ୱାଳ ଲୀନା ରାଉତ, ସମ୍ପାଦିକା ପାନିଆ ଟିଗା, ଇନ୍ଦ୍ରା ଦାସ, ସସ୍ମିତା ପାଢୀ, ଲଳିତା କାଲାତ, ଲିପ୍ସା ମହାରଣା, ଅଳକା ମହାନ୍ତି, କୋଷାଧ୍ୟକ୍ଷା ଝରଣା ମହାରଣା, ଜିଲା କାର୍ଯ୍ୟକାରିଣୀ ସଦସ୍ୟା ମାଧବୀ ବରମା, ରେବତୀ ମାହାତୋ, ଆଶା ନାଇଡୁ, ଅନସୂୟା ପଣ୍ଡା, ଇନ୍ଦୁ ଠାକୁର ଓ ଶାନ୍ତିଲତା ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି । ମହିଳା ମୋର୍ଚ୍ଚାକୁ ଶକ୍ତିଶାଳୀ କରିବା ସହିତ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି କମିଟିରେ ସ୍ଥାନ ପାଇଥିବା ମହିଳା ନେତ୍ରୀମାନେ କାର୍ଯ୍ୟ କରିବେ ବୋଲି ଜିଲା ସଭାନେତ୍ରୀ ପ୍ରକାଶ କରିଛନ୍ତି ।

ସମାଜରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ସହ ମହିଳାମାନଙ୍କ ବିବିଧ ସମସ୍ୟାକୁ ଦୂର କରିବା ପାଇଁ ମହିଳା ମୋର୍ଚ୍ଚା କାମ କରିବ ବୋଲି ସଭାନେତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିବିଧ ଜନହିତକାରୀ ଯୋଜନାଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ନେତ୍ରୀମାନେ କାମ କରିବେ ଏବଂ ନାରୀମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକସ୍ଥଳେ ଜନଆନ୍ଦୋଳନ କରାଯିବ ବୋଲି ନାରୀନେତ୍ରୀ ପ୍ରକାଶ କରିଛନ୍ତି ।

Related Post