Sun. Sep 6th, 2026

ଜିଏସ୍‌ଟି ଲାଗୁ ହେବା ପରେ ମାସିକ ଟ. ୮, ୪୦୦ ଖର୍ଚ୍ଚ କରୁଥିବା ବ୍ୟକ୍ତି ସେଥିରୁ ଟ. ୩୨୦ ବଞ୍ଚାଇ ପାରୁଛନ୍ତି

275 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଜିଏସ୍‌ଟି ପ୍ରଚଳିତ ହେବା ପରେ ସାଧାରଣ ବ୍ୟବହାର୍ଯ୍ୟ ଜିନିଷ ଖରିଦ କରୁଥିବା ଜଣେ ଭାରତୀୟ ଗାର୍ହସ୍ଥ୍ୟ ମାସକୁ ଟ. ୩୨୦ ବଞ୍ଚାଇ ପାରୁଥିବା କଥା ଅର୍ଥ ମନ୍ତ୍ରାଳୟ କହିଛି। ଏ କଥା ଖାଉଟି ଖର୍ଚ୍ଚ ତଥ୍ୟା ଅନୁଶୀଳନ କରିବା ପରେ ଜଣାପଡ଼ିଛି। ୧୭ଟି ପୃଥକ୍‌ କେନ୍ଦ୍ରୀୟ ଓ ପ୍ରାଦେଶିକ ଟିକସ ସମେତ ଏକ୍‌ସାଇଜ୍‌ ଡିୟୁଟି ଏବଂ ସେଲ୍‌ସ୍‌ ଟ୍ୟାକ୍ସ ବା ଭାଟ୍‌ ମିଶ୍ରଣ କରାଯାଇ ୨୦୧୭ ମସିହା ଜୁଲାଇ ୧ ତାରିଖ ଠାରୁ ଜିଏସ୍‌ଟି ପ୍ରଚଳନ କରାଯାଇଥିଲା।

ଦ୍ରବ୍ୟ ଓ ସେବା ଉପରେ ଏକକ ଟିକସ ଲାଗୁ କରି ଜିଏସ୍‌ଟି ଖାଲି ଭାରତକୁ ଗୋଟିଏ ବଜାର କରି ନାହିଁ, ପୂର୍ବ ବ୍ୟବସ୍ଥାରେ ଥିବା ଟିକସ ଉପରେ ଟିକସ ବ୍ୟବସ୍ଥାକୁ ହଟାଇ ଦେଇଛି। ଜିଏସ୍‌ଟି ଲାଗୁ ହେବାରୁ ଗୁଡ଼ାଏ ସାଧାରଣ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ହ୍ରାସ ପାଇ ଜଣେ ଖାଉଟିର ମାସିକ ଖର୍ଚ୍ଚରୁ କିଛି ବଞ୍ଚାଇ ପାରୁଛି।

ଜଣେ ଗାର୍ହସ୍ଥ୍ୟର ଜିଏସ୍‌ଟି ପର ଓ ପୂର୍ବ ଟିକସ ହାରକୁ ଅନୁଶୀଳନ ଦର୍ଶାଉଛି ଯେ ପ୍ରାୟ ୮୩ଟି ଦ୍ରବ୍ୟ ଉପରୁ ଟିକସ ହାର ହ୍ରାସ ପାଇଛି। ସେଥିରେ ରହିଛି ଖାଦ୍ୟ ଓ ପାନୀୟ, କେଶ ତୈଳ, ଟୁଥ୍‌ପେଷ୍ଟ୍‍, ସାବୁନ, ଲୁଗାଧୁଆ ପାଉଡର୍‌ ଓ ଜୋତା ଆଦି ସାମଗ୍ରୀ। ଏ ସବୁ ବାବଦରେ ମାସକୁ ଟ. ୮, ୪୦୦ ଖର୍ଚ୍ଚ ହେଉଥିଲେ ସେଥିରେ ଜିଏସ୍‌ଟି ବାବଦରେ ଯାଉଛି ଟ. ୫୧୦।. ୮୩୦। . ୩୨୦। ।

By amfnews

Related Post