Sun. Oct 4th, 2026

ଜାଳିଦେଲେ ଅଙ୍ଗନବାଡ଼ି କେନ୍ଦ୍ର !

252 Views

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ଧୋବଶିଳା ପଞ୍ଚାୟତର ୧୧ ନମ୍ବର  ୱାର୍ଡ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁଲୋକେ ବିରୋଧ କରିଥିଲେ। ଏହାପରେ ଅଙ୍ଗନବାଡ଼ି କର୍ମୀ ଓ ଗାଁ ଲୋକେ ଦୁଇଟି ପୃଥକ ପୃଥକ୍‌ ତାଲା ଝୁଲାଇ ଦେଇଥିଲେ।

ତେବେ ଆଜି ସକାଳେ ଗାଁ ଲୋକେ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଦେଖିଥିଲେ। ବହୁ ସମୟ ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାବେଳକୁ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା। କେହି ଆକ୍ରୋଶ କାରଣରୁ ନିଆଁ ଲଗାଇଦେଇଥିବା କୁହାଯାଇଛି।

By amfnews

Related Post