Sun. Oct 4th, 2026
221 Views

ଜଳେଶ୍ୱର : ଦୀଘା ମୁହାଣରେ  ମତ୍ସଜୀବୀଙ୍କ ଜାଲରେ ଆଜି ପଡ଼ିଲା ୯୦୦ କିଲୋଗ୍ରାମର ମାଛ। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି।

ମାଛଟି ଏତେ ବଡ ଥିଲା ଯେ ଏକ ଟ୍ରକ୍‌ରେ ଏହାକୁ ଦୀଘା ମତ୍ସ୍ୟ ମାର୍କେଟ୍‌କୁ ନିଆଯାଇଥିଲା।  ଏହାକୁ  ମାର୍କେଟ୍‌କୁ ନିଆଯିବା ପରେ  ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା। ତେବେ ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ସୂଚନା ମିଳିଛି।

By amfnews

Related Post