Fri. Oct 16th, 2026

ଜାପାନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

360 Views

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଅଗଗତ କରାଇଛନ୍ତି। କଶ୍ମୀର ଭାରତର ଅଙ୍ଗ, ପାକିସ୍ତାନର କୌଣସି ଅଧିକାର ନାହିଁ କଶ୍ମୀର ବାବଦରେ ଭାରତର ନିଷ୍ପତ୍ତିକୁ ବିରୋଧ କରି ପ୍ରସଙ୍ଗ କରିବାର ବୋଲି ଏହି ଅବସରରେ ସିଞ୍ଜୋ ଆବେଙ୍କୁ ରାଜନାଥ ସିଂହ କହିଛନ୍ତି।

ନାଥ ସିଂହ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ବିଭାଗର ଦ୍ୱିପାକ୍ଷିକ ଚୁକ୍ତି ବାବଦରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ଚୁକ୍ତିକୁ ଆହୁରି ମଜବୁତ କରିବା ଦିଗରେ ମଧ୍ୟରେ ରାଜନାଥ ଓ ତାକେଶି କଥା ହୋଇଛନ୍ତି। ଏଥିସହ ପାକିସ୍ତାନ ବାରମ୍ୱାର ସୀମା ପାର ଆତଙ୍କବାଦୀକୁ ପ୍ରଶୟ ଦେଉଛି ବୋଲି ରାଜନାଥ ସିଂହ ତାଙ୍କ ଜାପାନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ ନିଜ ସେନାର ଉପସ୍ଥିତିକୁ ବଢ଼ାଉଛି ବୋଲି ମଧ୍ୟ ଏହି ଅବସରରେ ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ୫ ଦିନିଆ ଜାପାନ ଓ ଦକ୍ଷିଣ କୋରିଆ ଗସ୍ତରେ ରହିଛନ୍ତି। ଜାପାନ୍ ପରେ ଦକ୍ଷିଣ କୋରିଆ ଯିବେ ରାଜନାଥ। ସେଠାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ହେବ।

By amfnews

Related Post