Fri. Jul 3rd, 2026
183 Views

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ଏହା ଏପ୍ରିଲ ୩ ଯାଏ ଚାଲିବ। ସେହିପରି ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟିର ନିଷ୍ପତ୍ତି ଅନୁଯାୟୀ, ବଜେଟ ଅଧିବେଶନ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ ଯାଏ ଚାଲିବ। କେନ୍ଦ୍ର କ୍ୟାବିନେଟ ବଜେଟ ଅଧିବେଶନ ଆରମ୍ଭ କରିବାକୁ ଦେଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫେବୃଆରୀ ୧ ଶନିବାର। ଶନିବାର ସାଧାରଣତଃ ସଂସଦର କାର୍ଯ୍ୟ ବନ୍ଦ ରହିଥାଏ। ହେଲେ ମୋଦି ସରକାର ଫେବୃଆରୀ ୧ ବଜେଟ ଉପସ୍ଥାପନ ପରମ୍ପରାକୁ ଆଗକୁ ନେବା ପାଇଁ ଏଥର ଶନିବାର ବଜେଟ ଉପସ୍ଥାପନ କରିବେ। ଶେଷଥର ପାଇଁ ୨୦୧୫ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃଆରୀ ୧ ଶନିବାର ବଜେଟ ଉପସ୍ଥାପନ କରିଥିଲେ।

By amfnews

Related Post