Wed. Sep 2nd, 2026

ଜାନୁଆରି ୨୫ ତାରିଖରେ ନାସ୍‌ନାଲ ଓ୍ଵାର ମେମୋରିଆଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

273 Views

ନୂଆଦିଲ୍ଲୀ, ୧ ଜାନୁଆରୀ : ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦ୍‌ମାନଙ୍କ ପାଇଁ ନାସ୍‌ନାଲ ଓ୍ଵାର ମେମୋରିଆଲ୍‌ (ଏନ୍‌ ଡବ୍ଲୁ ଏମ୍‌)ର ନିର୍ମାଣ କାର୍ଯ୍ୟ ୬୦ ବର୍ଷ ତଳୁ ଆରମ୍ଭ ହୋଇଥିଲା। ମାତ୍ର ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହାର କାର୍ଯ୍ୟ ସୁଚାରୁରୂପେ ସଂପାଦିତ ହୋଇପାରିନଥିଲା।
ପ୍ରାୟ ୬୦ ବର୍ଷ ପରେ ନେସନାଲ ଓ୍ଵାର୍‌ ମେମୋରିଆଲ୍‌ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏହା ଦେଶ ପାଇଁ ବିଭିନ୍ନ ଯୁଦ୍ଧରେ ସହଦି ହୋଇଥିବା ୨୨୬୦୦ ରୁ ଅଧିକ ସୈନିକମାନଙ୍କ ସମ୍ମାନରେ ନିର୍ମିତ ହୋଇଛି। ଆଗାମୀ ଜାନୁଆରି ୨୫ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ୍‌ ପରିସରରେ ଥିବା ଏନ୍‌ ଡବ୍ଲୁ ଏମ୍‌ର ଉଦ୍‌ଘାଟନ କରିବେ। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଭାରତ ଏଭଳି ଏକ ଦେଶ ଯାହାର ଏନ ଡବ୍ଲୁଏମ୍‌ ନ ଥିଲା। ଏହାର ନିର୍ମାଣ କାର୍ଯ୍ୟରେ ୧୭୬ କୋଟି ଟଙ୍କା ବିନିଯୋଗ ହୋଇଥିବା ଜଣାଯାଇଛି ।

ଏଥିରେ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କର ମୂର୍ତ୍ତି ମଧ୍ୟ ରହିଛି। ଏହାର ପରିସରରେ ଅମର ଚକ୍ର,ବୀର ଚକ୍ର ଓ ରକ୍ଷା ଚକ୍ର ସହିତ ଏଥିରେ ସର୍ବଦା ପ୍ରଜ୍ଜ୍ୱଳିତ ଅଗ୍ନିଶିଖା ଏବଂ ଏକ ୧୫ ମିଟର ଦୀର୍ଘ ସ୍ତମ୍ଭ ମଧ୍ୟ ରହିଛି। ୨୦୧୮ ଅଗଷ୍ଟ ୧୫ ତାରିଖରେ ଏହାର ଶୁଭ ଉନ୍ମୋଚନର ପ୍ରାରମ୍ଭିକ ଯୋଜନା ଥିଲା,ମାତ୍ର ତାହା ସମ୍ଭବପର ହୋଇନଥିଲା।

By amfnews

Related Post