Tue. Oct 13th, 2026

ଜାନୁଆରି ମାସରେ ହିନ୍ଦୁମାନଙ୍କ ପାଇଁ ପାକିସ୍ତାନ ଖୋଲିବ ପଞ୍ଜ ତୀର୍ଥ ମନ୍ଦିର

233 Views

ଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ। ଏହା ହେଉଛି ପାକିସ୍ତାନ ଅନ୍ତର୍ଗତ ପେଶଓ୍ଵାର୍‌ର ପଞ୍ଜ ତୀର୍ଥ ମନ୍ଦିର। ଅଜ୍ଞାତବାସ କାଳରେ ପାଣ୍ଡବମାନେ ଯେଉଁ ସ୍ଥାନରେ କିଛି ସମୟ ପାଇଁ ବାସ କରିଥିଲେ ଠିକ୍‌ ସେହି ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନକୁ ଖାଇବର ପଖ୍‌ତୁନ୍‌ଖ୍ଵା ପ୍ରଦେଶ ଜାତୀୟ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିସାରିଛି।

ପାକିସ୍ତାନର ଇଭାକ୍ୟୁଇ ଟ୍ରଷ୍ଟ୍‍ ପ୍ରପର୍ଟି ବୋର୍ଡର ଅଧ୍ୟକ୍ଷ ଆମିର୍‌ ଅହମଦ୍‌ କହିଛନ୍ତି ଯେ ମନ୍ଦିରଟିର ମରାମତି କାମ ଚାଲିଛି। ଜାନୁଆରି ମାସରେ ଆମେ ସେ ମନ୍ଦିର ଉଦ୍‌ଘାଟନ କରିବୁ। ଏହା ହେଉଛି ପାକିସ୍ତାନ ସରକାରଙ୍କ ଦ୍ୱାରା ଖୋଲା ହେବାକୁ ଥିବା ଦ୍ୱିତୀୟ ହିନ୍ଦୁ ମନ୍ଦିର। ଅକ୍ଟୋବର ମାସରେ ହିନ୍ଦୁ ଯାତ୍ରୀଙ୍କ ନିମନ୍ତେ ପାକିସ୍ତାନର ସିଆଲକୋଟରେ ୧୦୦୦ ବର୍ଷର ପୁରାତନ ‘ଶିବଲ ତେଜ ସିଂହ’ ମନ୍ଦିର ଖୋଲାଯାଇଥିଲା।

By amfnews

Related Post