Wed. Sep 9th, 2026

ଜାତି ଭିତ୍ତିରେ କାହିଁକି କରାଯାଉଛି ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତି? କେନ୍ଦ୍ର ଉପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ଦିଲ୍ଲୀ ହାଇକୋର୍ଟ

486 Views

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦେହରକ୍ଷୀ ଭାବେ କେବଳ ମାତ୍ର ଜାଠ୍‌, ରାଜପୁତ୍‌ ଓ ଜାଠ୍‌ ଶିଖ୍‌ ଜାତିର ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଘଟଣାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଛି। ହରିୟାଣାର ବାସିନ୍ଦା ଗୌରବ ଯାଦବଙ୍କ ପକ୍ଷରୁ ଆଗତ ଏହି ଜନସ୍ୱାର୍ଥ ମାମଲାରେ ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତି କ୍ଷେତ୍ରରେ ପ୍ରଚଳିତ ରହିଥିବା ଜାତି, ଅଞ୍ଚଳ, ସଂପ୍ରଦାୟ କରମ୍ପରାକୁ ବାତିଲ କରି ସେନା ବାହିନୀ ଦ୍ୱାରା ଯୋଗ୍ୟତା ଭିତ୍ତିରେ ରାଷ୍ଟ୍ରପତିଙ୍କ ଦେହରକ୍ଷୀଙ୍କୁ ନିଯୁକ୍ତ କରିବା ପାଇଁ ଆବେଦନ କରାଯାଇଛି।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର ଓ ଜଷ୍ଟିସ୍‌ ସଂଜୀବ ନରୁଲାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏ ମମଲା ସଂପର୍କରେ ଆସନ୍ତା ଚାରି ସପ୍ତାହ ମଧ୍ୟରେ କାରଣ ଦର୍ଶାଇବାକୁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ, ସେନା ମୁଖ୍ୟ, ରାଷ୍ଟ୍ରପତି ଦେହରକ୍ଷୀଙ୍କ କମାଣ୍ଡାଣ୍ଟ ଏବଂ ସେନା ନିଯୁକ୍ତି ନିର୍ଦ୍ଦେଶକଙ୍କ ଉପରେ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୦୧୯ ମେ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

By amfnews

Related Post