Wed. Aug 19th, 2026

ଜଳେଶ୍ୱରରେ ରାସ୍ତାକଡ଼ରୁ ମୂମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

262 Views

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ରାସ୍ତା କଡ଼ରୁ ଜଣେ ଯୁବତୀଙ୍କୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଜଳେଶ୍ୱର ନମ୍ପୋ ରାସ୍ତାରେ ଜଣେ ଯୁବତୀ ମୂମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ଯୁବତୀଜଣଙ୍କ ସଠିକ ଭାବେ ତାଙ୍କର ପରିଚୟ ଦେଇ ପାରୁ ନଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏମିତି ଅବସ୍ଥାରେ ପକାଇ ଚାଲିଯାଉଥିବା ସନ୍ଦେହ କରାଯାଉଛି।

Image result for jaleswar police station
ଏସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।ତାଙ୍କା ଚିକିତ୍ସା ଜାରି ରହିଥିବାର ସୂଚନା ମିଳିଛି। ତେବେ ସେ କାହିଁକି ଏଠାକୁ ଆସିଥିଲେ ବା କାହା ସହ ଆସିଥିଲେ ସେଥିନେଇ କିଛି ସୂଚନା ମିଳିନାହିଁ। କେହି ନିଶା ଦେଇ ଉକ୍ତ ଯୁବତୀଙ୍କୁ ଛାଡ଼ି ପଳାଇଥିବାର ଅନୁମାନ କରାଯାଉଛି।ଏହି ଘଟଣା ସେ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଜଳେଶ୍ବର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

By amfnews

Related Post