Thu. Oct 15th, 2026
301 Views

ରାଉରକେଲା : ରାଉରକେଲା ଚ୍ୟାମ୍ୱର ଅଫ୍‌ କମର୍ସ କାର୍ଯ୍ୟାଳୟ ନିକଟରେ ଥିବା ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ  ୨୦ରୁ ଅଧିକ ଦୋକାନ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଖବର ପାଇ ଦମକଳ ବାହିନୀର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

By amfnews

Related Post