Sun. Sep 27th, 2026
384 Views

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡ଼ା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଟି ପରିବାରର ପ୍ରାୟ ୧୦ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଏଥିରେ ଘରର ଆସବାବ ପତ୍ର, ଟଙ୍କା ଓ ଚାଉଳ ପୋଡ଼ି ନଷ୍ଟ ହୋଇ ଯାଇଛି। ବିପନ୍ନମାନେ କେବଳ ପିନ୍ଧା ବସ୍ତ୍ର ଧରି ଘରୁ ବାହାରି ପଡ଼ିଥିଲେ। ସେହିପରି ପ୍ରାୟ ୧୦ଟି ଗୋରୁ ମଧ୍ୟ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇସାରିଥିଲା। ଅନ୍ୟପକ୍ଷରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

By amfnews

Related Post