Fri. Apr 24th, 2026

‘ଜଳବାୟୁ ପରିବର୍ତ୍ତନ ଦେଶର ଆର୍ଥିକ ଅଭିବୃଦ୍ଧି କମାଇବ’

303 Views

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଉପରେ ପ୍ରଭାବ ପକାଇବ। ଆଗାମୀ ୧୦ ବର୍ଷ ପରେ ଦେଶର ଜିଡିପି ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରଭାବିତ ହେବ ବୋଲି ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ କହିଛି। ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଏକ ଗବେଷଣା ସଂସ୍ଥା ଯିଏକି ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ନେଇ ସର୍ଭେ କରିଥାଏ।

ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଶ୍ୱର ଅନେକ ଦେଶରେ ପଡ଼ିବ। ଗରମ ଏବଂ ଉଷ୍ମତା ବଢ଼ିବା କାରଣରୁ ଲୋକଙ୍କୁ କାମ କରିବାରେ ଅସୁବିଧା ହେବ। ଫଳରେ ଉତ୍ପାଦନ କ୍ଷମତା କମିବ। ଯାହାର ପ୍ରଭାବ ଦେଶର ଜିଡ଼ିପି ବା ଅଭିବୃଦ୍ଧି ହାର ଉପରେ ପଡ଼ିବ।

ଭାରତୀୟ ଅର୍ଥବ୍ୟବସ୍ଥାରେ ଏହାର ପ୍ରଭାବ ପଡ଼ିଲେ ୨.୫ ପ୍ରତିଶତରୁ ୪.୫ ପ୍ରତିଶତ ଜିଡ଼ିପି ହ୍ରାସ ପାଇବ ବୋଲି ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଆକଳନ କରିଛି। ୨୦୩୦ ବେଳକୁ ଦେଶରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଥିବା ବେଳେ ୨୦୫୦ ବେଳକୁ ନିଆଁ ବର୍ଷିବ ବୋଲି ଚିତ୍ର ଜରିଆରେ ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ପ୍ରକାଶ କରିଛି।

୨୦୩୦ ବେଳକୁ ଦେଶର ୨୫ରୁ ୩୬ କୋଟି ଲୋକ ପ୍ରଭାବିତ ହେବେ ବୋଲି ଜଣାପଡ଼ିଥିବା ବେଳେ ୨୦୫୦ ବେଳକୁ ୭୦ କୋଟିରୁ ୧.୨ ଅରବ ଲୋକ ଭୟଙ୍କର ଲୁ ଦ୍ୱାରା ପ୍ରଭାବିତ ହେବେ ବୋଲି ମେକେଁଜି ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ରିପୋର୍ଟରେ ପ୍ରକାଶ କରିଛି।

By amfnews

Related Post