Thu. Jun 11th, 2026

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ଆଇଇଡି ଠାବ, ଜାରି ହେଲା ହାଇଆଲର୍ଟ

226 Views

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏହି ଆଇଇଡି ମିଳିବା ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ସମଗ୍ର ଅଞ୍ଚଳରେ ଯାତାୟାତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଆଇଇଡି ଠାବ ପରେ ଏବେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଗତକାଲି ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଥିଲା। ଆତଙ୍କବାଦୀମାନେ ହମ୍‌ଲା କରିବା ପାଇଁ ଏଭଳି ଆଇଇଡି ଖଞ୍ଜି ଥିଲେ।

ତେବେ କଲ୍ଲାର ମୋର୍ଚ୍ଚା ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଉଥିବା ବେଳେ ଏହାକୁ ଠାବ କରାଯାଇଥିଲା। ଏହାପରେ ବୋମା ନିଷ୍କ୍ରୟ ଟିମ୍‌ ଏହାକୁ ଅକାମୀ କରିଦେଇଥିଲା। ଫଳରେ ଏବ ବଡ଼ ଅଘଟଣ ଟଳି ଯାଇଥିଲା।

By amfnews

Related Post