Thu. Sep 3rd, 2026
489 Views

ଖୋର୍ଦ୍ଧା,26 Jan. 2019: ସମଗ୍ର ଦେଶରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଜମ୍ମୁ କଶ୍ମୀରରେ ଶନିବାର ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁସାରେ ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହରାଇଛନ୍ତି। ହେମନ୍ତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁ ନିବାସୀ। ସହିଦ ହେବା ନେଇ ହେମନ୍ତଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ହେମନ୍ତ (୨୩) ଦୁଇ ରୁ ତିନି ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇ ଶ୍ରୀନଗର ବାରମୂଳା ସୀମାରେ କାର୍ଯ୍ୟରତ ଥିଲେ। ଆଜି ତାଙ୍କ ଦେହରେ ଗୁଳି ବାଜି ସହିଦ ହୋଇଥିବା ସୂଚନା ମିଳିଛି।

By amfnews

Related Post