Sun. Apr 26th, 2026

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଇଦ-ଉଲ-ଜୁହାରେ ଭାରତର ମିଠା ନେଲାନି ପାକିସ୍ତାନ

237 Views

ନୂଆଦିଲ୍ଲୀ  : ପ୍ରତି ବର୍ଷ ଇଦ-ଉଲ-ଜୁହା ଅବସରରେ ଭାରତ ପାକିସ୍ତାନକୁ ମିଠା ଦେଇଥାଏ। ପ୍ରତି ବର୍ଷ ସୀମାନ୍ତରେ ଥିବା ଉଭୟ ଦେଶର ଯବାନମାନେ ପରସ୍ପରକୁ ମିଠା ଦେଇଥାନ୍ତି। ହେଲେ ଏଥର ବିଏସଏଫ ଯବାନମାନଙ୍କଠାରୁ ମିଠା
ନେବାକୁ ମନା କରିଦେଇଛି ପାକ୍ ସୀମାନ୍ତରେ ଥିବା ସେନା। କଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିଲା ନାହିଁ ।
ସୂଚନାଯୋଗ୍ୟ ଯେ ଅଧିକାଂଶ ବଡ଼ ବଡ଼ ଉତ୍ସବ ପାଳନ ଅବସରରେ ଯେପରି ଅଟାରୀ ଓ ବାଘା ସୀମାରେ ପାକିସ୍ତାନ ଓ ଭାରତ ମଧ୍ୟରେ ମିଠା ଦିଆ ନିଆ ହୋଇଥାଏ ତାହା ଏଥର ହୋଇନାହିଁ । ଏପରିକି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ହୁସୈନିୱାଲାର ଜଏଣ୍ଟ ବର୍ଡର ଚେକ୍ ପୋଷ୍ଟରେ ମିଠା ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାନେଇ ପାକିସ୍ତାନ ନିଜର ଅସନ୍ତୋଷ ପ୍ରକାଶ କରିବାଲାଗି ଏଭଳି ପଦକ୍ଷେପ ନେଇଥଇବା କୁହାଯାଉଛି।ଏହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post