Tue. Sep 29th, 2026

ଜମ୍ମୁ ଓ କଶ୍ମୀର: ଯୁକ୍ତିତର୍କ ଯୋଗୁଁ ରାଗିଯାଇ ସହକର୍ମୀଙ୍କୁ ଗୁଳିମାରି ମାରି ହତ୍ୟା କଲେ ଯବାନ

468 Views

ଜମ୍ମୁ, ଡିସେମ୍ବର ୨୬  : ଜମ୍ମୁ ଓ କଶ୍ମୀରର ଦୋଦା ଜିଲ୍ଲାର ଏକ ଆର୍ମି କ୍ୟାମ୍ପ୍‌ରେ ଯୁକ୍ତିତର୍କ ହେବାରୁ ସେନାର ଜଣେ ଯବାନ ତାଙ୍କ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି: ଗତ ରାତିରେ ଭଦେରଓ୍ଵାହ ସେନା କ୍ୟାମ୍ପ୍‌ରେ ଆର୍ମି ହାବିଲଦାର ରାଜେଶ ଡାକୁଆଙ୍କୁ ତାଙ୍କର ଜରେ ସହକର୍ମୀ ଗୁଳି ମାରି ହତ୍ୟା କରିଛନ୍ତି। ଡାକ୍ତରଖାନା ଅଣାଯିବାର ୧୦ ମିନିଟପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଭଦେଓ୍ଵାହ ରାଷ୍ଟ୍ରୀୟ ରାଇଫଲସ୍‌ ମୁଖ୍ୟାଳୟରେ ଏହି ୪୦ ବର୍ଷିୟ ଯବାନଙ୍କୁ ଅବସ୍ଥାପିତ କରାଯାଇଥିଲା। ଗୁଳି ଚଳାଇଥିବା ଯବାନଙ୍କୁ ଜିମାରେ ନେବା ପାଇଁ ପୁଲିସ ସେନାକୁ ଅନୁରୋଧ କରିଥିବାରୁ ଏ ଯାଏଁ ତାଙ୍କୁ ଗିରଫ କରାଯାଇ ନାହିଁ।

କୌଣସି କଥା ଉପରେ ଯୁକ୍ତି ହିଁ ହେଉଛି ହାବିଲ୍‌ଦାରଙ୍କ ରାଗର କାରଣ। ଖୁବ୍‌ ଶୀଘ୍ର ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯିବ।
ଘଟନା ସଂକ୍ରାନ୍ତରେ ତଦନ୍ତ କରିବାକୁ କୋର୍ଟ ଅଫ୍‌ ଇନ୍‌କ୍ୱାରି ପାଇଁ ଆଦେଶ ଦିଆଯାଇଛି।

By amfnews

Related Post