Mon. Sep 28th, 2026

ଜମ୍ମୁ ଓ କଶ୍ମୀର: ବଡ଼ଗାମ୍‌ ଠାରେ ଯବାନ ଅପହରଣ ଖବର ଭୁଲ୍‌; ସେ ନିରାପଦରେ ଅଛନ୍ତି: ପ୍ରତିରକ୍ଷା ମନ୍ତ୍ରାଳୟ

351 Views

ନୂଆଦିଲ୍ଲୀ: ବଡ୍‌ଗାମ୍‌ ଠାରେ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟିକରଣ ଦେଇ କହିଛି କି, ସେ ନିରାପଦ୍‌ ଅଛନ୍ତି। ତାଙ୍କୁ ଅପହରଣ କରା ଯାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାହା ଭୁଲ୍‌। ଦୟାପୂର୍ବକ ସେ ସଂକ୍ରାନ୍ତ କଳ୍ପନାଜଳ୍ପନା ଏଡ଼ାଇ ଦିଅନ୍ତୁ।

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି: ଛୁଟିରେ ଥିବା ସେନା ଯବାନ୍‌ ଜମ୍ମୁ ଓ କଶ୍ମୀରର ବଡ଼ଗାମ ଅନ୍ତର୍ଗତ ଚଦୂରା ଅଞ୍ଚଳର କାଜିପୋଡ଼ାର ମହମ୍ମଦ ୟାସୀନ୍‌ଙ୍କୁ ଅପହରଣ କରା ଯାଇଥିବା ଖବର ଠିକ୍‌ ନୁହେଁ। ସେ ବ୍ୟକ୍ତିଜଣକ ନିରାପଦ ଅଛନ୍ତି। ଦୟାକରି କଳ୍ପନାଜଳ୍ପନା ବନ୍ଦ କରନ୍ତୁ।ଯବାନ୍‌ ମହମ୍ମଦ ୟାସୀନ୍‌ ଶୁକ୍ରବାର ସନ୍ଧ୍ୟାରୁ ନିରୁଦ୍ଦେଶ ହୋଇ ଯାଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇ ଥିଲା। ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା କଥା ରିପୋର୍ଟ କରାଯାଇଥିଲା।

ୟାସୀନ୍‌ ଜମ୍ମୁ ଓ କଶ୍ମୀରର ଲାଇଟ୍‌ ଇନ୍‌ଫାଣ୍ଟ୍ରି ୟୁନିଟ୍‌ରେ ଚାକିରି କରନ୍ତି।

By amfnews

Related Post