Mon. Oct 5th, 2026

ଜମ୍ମୁ ଓ କଶ୍ମୀର: କୁପ୍‌ଓ୍ଵାଡ଼ାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଯବାନ ସହିଦ

277 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାରେ ଶୁକ୍ରବାର ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂକ୍ଷିପ୍ତ ଗୁଳି ବିନିମୟ ଘଟଣାରେ ଜଣେ ଯବାନ ସହିଦ ହୋଇଛନ୍ତି ବୋଲି ପୁଲିସ କହିଛି। ଆତଙ୍କବାଦୀମାନେ ଖସି ପଳାଇବାକୁ ସମର୍ଥ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ନିର୍ଦ୍ଦିଷ୍ଟ ସୂଚନା ପାଇ, ନିରାପତ୍ତା ବଳ କ୍ରାଲୁନ୍ଦ ଅନ୍ତର୍ଗତ କାଚଲୁ ଗାଁ ଚାରିପଟେ କର୍ଡନ୍‌ କରିଥିଲେ। କର୍ଡନ୍‌ ସଙ୍କୁଚିତ ହୋଇ ଆସିବାରୁ ଛପି ରହିଥିବା ଆତଙ୍କବାଦୀ ଗୁଳି ଚଳାଇବାରୁ ନିରାପତ୍ତା ବଳର ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳି ଚୋଟରେ ଜଣେ ଯବାନ ଆହତ ହୋଇଥିଲେ।ଡାକ୍ତରଖାନାରେ ଉକ୍ତ ଯବାନଙ୍କର ଦେହାନ୍ତ ହୋଇଥିବା ପ୍ରକାଶ।

By amfnews

Related Post