Wed. Aug 5th, 2026

ଜମ୍ମୁ ଓ କଶ୍ମୀରର ନୌଶେରାରେ ଏନ୍‌କାଉଣ୍ଟର୍‌: ଦୁଇ ଯବାନ ସହିଦ

340 Views

ଜମ୍ମୁ: ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳର ନିୟନ୍ତ୍ରଣ ରେଖା ଠାରେ ନିରାପତ୍ତା ବଳ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଚାଲିଥିବା ଭୟାବହ ଗୁଳି ବିନିମୟ ଘଟଣାରେ ସେନାବହିନୀର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କଶ୍ମୀରରୁ ଲୁଚି ଲୁଚି ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅନୁପ୍ରବେଶକାରୀମାନଙ୍କୁ ଖରିର ଥ୍ରାୟାତ୍‌ ବଣରେ ବାଧା ଦିଆଯାଇଥିଲା।

ସେନା ପକ୍ଷରୁ କୁହାଯାଇଛି: ନୌଶେରା ସେକ୍ଟର୍‌ରେ ‘କର୍ଡନ୍‌ ଓ ସର୍ଚ’ ଅଭିଯାନ ଚାଲିଥିବା ବେଳେ ସେନାର ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଚାଲିଛି। ଆହୁରି ଖବର ମଧ୍ୟ ଆସିବ।

ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଚଳପ୍ରଚଳ ସମ୍ବନ୍ଧରେ ସୂଚନା ପାଇବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଅନୁପ୍ରବେଶକାରୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇବାରୁ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଗଲେ। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସ ଚାଲିଛି।

By amfnews

Related Post