Sat. Sep 26th, 2026

ଜବରଦଖଲ ଉଚ୍ଛେଦ ବେଳେ ୬୫ଗ୍ୟାସ ସିଲିଣ୍ଡର ଜବତ

254 Views

ବାରଙ୍ଗ: ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିବା ନନ୍ଦନକାନନ ଥାନା ପୁଲିସ ଆଜି ଏକ ଗ୍ୟାସ୍‌ ସିଲିଣ୍ଡର୍‌ ଚୋରାଚାଲାଣ ରୢାକେଟ୍‌କୁ ଠାବ କରିଛି। ରଘୁନାଥପୁର ଗ୍ରାମ ପାଖ ମୁଖ୍ୟ ରାସ୍ତାପାର୍ଶ୍ୱରେ ଥିବା ଏକ ଚା’ ଦୋକାନ ଭାଙ୍ଗିବା ବେଳେ ପୁଲିସକୁ ୬୫ଟି ଚୋରା ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ପୁଲିସ ସେ ସବୁକୁ ଜବତ କରିଥିଲେ ହେଁ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ। ଏହି ବେଆଇନ କାରବାର ପଛରେ କାହାର ହାତ ଅଛି, ଗ୍ୟାସ୍‌ ସିଲିଣ୍ଡର୍‌ର ଚୋରା କାରବାର କେତେ ଦୂର ଲମ୍ବିଛି, ସେ ସଂପର୍କରେ ପୁଲିସ ଅନୁସନ୍ଧାନ ଚଳାଇଛି। ତେବେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳର ଗ୍ୟାସ୍‌ ପାଇଁ ଲୋକମାନେ ହଇରାଣ ହରକତ ହେଉଥିବା ବେଳେ ଏତେବଡ଼ କାରବାର କିଭଳି ଚାଲିଥିଲା, ତାହା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

By amfnews

Related Post