Thu. Jul 2nd, 2026

ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଜୁଳି ପ୍ରବାହିତ ତାରରେ ବାଜି ଦନ୍ତାହାତୀ ମୃତ

191 Views

ପାଇକସାହି: ରବିବାର ପାହାନ୍ତାରେ ଅନଗୁଳ ଜିଲ୍ଲାର ହଣ୍ଡପା ରେଞ୍ଜ୍‌ ଅନ୍ତର୍ଗତ ତେନ୍ତୁଲି ଅଞ୍ଚଳର ଗଦଗଦିଆମୁଣ୍ଡା ଧାନ କ୍ଷେତରେ ଗୋଟାଏ ଦନ୍ତାହାତୀ ମରି ଶୋଇଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।

ବାର୍‌ହା, କୁଟୁରା, ହରିଣ, ଶମ୍ବର ଆଦି ଜନ୍ତୁ ଶିକାର ନିମିତ୍ତ କ୍ଷେତରେ ଜି. ଆଇ. ତାର ଛନ୍ଦାଯାଇ ସେଥିରେ ସେ ଅଞ୍ଚଳ ଉପର ଦେଇ ଟଣା ଯାଇଥିବା ୧୧ କେଭି ବିଜୁଳି ତାରରୁ ହୁକ୍‌ ପକାଯାଇ ବିଜୁଳି ପ୍ରବାହିତ କରାଯାଇଥିଲା। ଦନ୍ତାହାତୀଟି ସେ ବାଟ ଦେଇ ଯିବାବେଳେ ବିଜୁଳି ଆଘାତ ପାଇ ମରିଯାଇଥିଲା।

ମୃତ ଦନ୍ତାର ବୟସ ୨୫ ବର୍ଷ ହେବ। ଖବର ପାଇ ହଣ୍ଡପା ରେଞ୍ଜର୍‌ ଚୈତନ୍ୟ ବେହେରା ଏବଂ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସୌମ୍ୟ ସାମନ୍ତରା ବନକର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଠମଲ୍ଲିକ ପଶୁଚିକିତ୍ସାଳୟର ଡାକ୍ତର ଦୀପକ ଷଡ଼ଙ୍ଗୀ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତ ଦନ୍ତାଟିକୁ ସେଠାରେ ପୋତି ଦିଆଯାଇଛି।

ବିଜୁଳି ତାର ବିଛାଇ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ଘଟଣାରେ ବନବିଭାଗ ସେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

By amfnews

Related Post