Sun. Oct 18th, 2026

ଜନପରାମର୍ଶ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

214 Views

ରାଉରକେଲା, ୧୮ା୧୧ : ବିଜେପି ବାସନ୍ତୀ କଲୋନୀ ମଣ୍ଡଳ ସଭାପତି ଏନ୍.ବି. ରାୟଙ୍କ ଅଧ୍ୟକ୍ଷତାରେ ଆଜି କାଳୀମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସ୍ତରୀୟ ଜନପରାମର୍ଶ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲା ସଭାପତି ଜଗବନ୍ଧୁ ବେହେରା ଜନପରାମର୍ଶ ପଦଯାତ୍ରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବିସ୍ତୃତ ଆଲୋଚନା କରିଥିଲେ ।

ଏଥିସହ ଏହାକୁ ସଫଳ କରିବା ଉପରେ ମାର୍ଗଦର୍ଶନ ଦେଇଥିଲେ । ବିଜେପିର ବରିଷ୍ଠ ନେତୃବୃନ୍ଦ ତଥା ରାଉରକେଲା ବିଧାନସଭା କ୍ଷେତ୍ର ପ୍ରଭାରୀ ତପନ କୁମାର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ଦାଶ, ଜିଲା ଉପସଭାପତି ଶଶାଙ୍କ ଶେଖର ଜେନା, ଜିଲା ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କଳ୍ପନା ଲେଙ୍କା, ଜିଲା ମୁଖପାତ୍ର ଭଗବାନ ରାଉତ ପ୍ରମୁଖ ଉକ୍ତ ପଦଯାତ୍ରା ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିବା ସହ ଏହା କିପରି ଜନତାଙ୍କ ନିକଟରେ ପହଞ୍ôଚପାରିବ ସେନେଇ ରୂପରେଖ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ କରାଯିବ । ବୈଠକରେ ଜିଲା ସମ୍ପାଦକ ଦୀପକ ତିୱାରୀ, ଶେଖ ମୁଜାହିଦ, ସଂଯୁକ୍ତା ଦାସ, ପଦ୍ମିନୀ ଦାଶ, ମିତୁ ସିଂ, ଏପ୍ରିଲ କଚ୍ଛପ, ସରୋଜିନୀ ମହାପାତ୍ର, ଶକୁନ୍ତଳା ଦାସ, ସୁଶୀଳା ପାତ୍ର, ଗୋପବନ୍ଧୁ ପାଣିଗ୍ରାହୀ, ଯୁଧିଷ୍ଠିର ପଣ୍ଡା, ଦିନେଶ ରାୟ, ଅମୀୟ ଦାସ, କୈଳାସ ନାଥ, ହିରୋଜ ରାୟ, ପ୍ରଭାତ ନାୟକ, ବିବେକ ସାହୁ, ବିକାଶ ଶତପଥୀ, ଶଶିରେଖା ଦାସ, ଅଜୟ ଜେନା, ସୁମିତ ଯାଦବ, ଆଶା ନାଇଡୁ, ମଧୁ ଦୁବେ, ପଳାସ ନାଥ, ପ୍ରତାବ ଦାସ, ଧନେଶ୍ୱର ଦାଶ, ରାଜ କୁମାର ପୃଷ୍ଟି, ମନୋଜ କୁମାର ଶର୍ମା, ଗଞ୍ଜୁ ମାଝି, ରତନ ପ୍ରସାଦ, ଏମ୍ଡି ସଲୀମଅଲ୍ଲୀ, କଳାବତୀ ଦେବୀ, ଆଶା ଦେବୀ, ଯଶୋଦା ଦେବୀ, ସୁରଭି ମଲ୍ଲିକ, ଲକ୍ଷ୍ମୀ ବଡାଇକ, କନକଲତା ବାରିକ, ସୁକାନ୍ତି ପାତ୍ର, କାକଳୀ ସାସମଲ, ଇନ୍ଦୁ ଠାକୁର, ଶିବାଜୀ ପଟ୍ଟନାୟକଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ବାସନ୍ତୀ କଲୋନୀ ମଣ୍ଡଳ ଅନ୍ତର୍ଭୁକ୍ତ ୭ଟି ୱାର୍ଡରେ ଏହି କାର୍ଯ୍ୟକ୍ରମ କରାଯିବ ।

By amfnews

Related Post