Thu. Jul 2nd, 2026

ଜଗଦା ମହୋତ୍ସବ ୮ରୁ

336 Views

ରାଉରକେଲା, ୩ା୧୨ : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଜଗଦା ଡେଭଲପମେଣ୍ଟ କମିଟି ପକ୍ଷରୁ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଜଗଦା ମହୋତ୍ସବ-୨୦୧୮ ପାଳିତ ହେବ । ଏ ନେଇ ଜଗଦାସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ସାଧାରଣ ସଂପାଦକ ଦୀପକ ସାହୁ କହିଲେ ଯେ, ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ମହେତ୍ସବରେ ବକ୍ତୃତା, ଚିତ୍ରାଙ୍କନ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଥିବା ଲୁକାୟିତ ପ୍ରତିଭା ଅନ୍ୱେଷଣ ସହ ସେମାନଙ୍କ ବିକାଶ ପାଇଁ ମହୋତ୍ସବ ସହାୟକ ହେବ ।

ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ଅବସରରେ ଏକ ଫୁଟବଲ ମ୍ୟାଚ ଏବଂ କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଛି । ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ଅଖଣ୍ଡତା ବଜାୟ ରଖିବା ଏହି ମହୋତ୍ସବର ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ କହିଥିଲେ । ସାମ୍ବାଦିକ ସମ୍ମିଳନିରେ ଆଶିଶ କୁମାର ସିଂ, ରାଧାକାନ୍ତ ପାତ୍ର, ଆର୍.ଏନ୍. ହୋତା, ଅଶୋକ କକ୍କଡ, ହରେଶ ସିଂସାମନ୍ତ, ବିପଦ ରଞ୍ଜନ ପଣ୍ଡା, ସଂଜୀବ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

By amfnews

Related Post