Fri. Aug 14th, 2026

ଛେଳି ଚର୍ବିରେ ମଧ୍ୟାହ୍ନ ଭୋଜନ

241 Views

ଭୋପାଳ  : ଅଙ୍ଗନବାଡ଼ିରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଖୋଲାଖୋଲି ଉଲ୍ଲଂଘନ। ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଛେଳି ଚର୍ବି ବ୍ୟବହାର ହେଉଛି। ମଧ୍ୟ ପ୍ରଦେଶର ଦୁଇଟି ଅଙ୍ଗନବାଡ଼ିରେ ଖାଦ୍ୟ ପ୍ରସ୍ତୁତି ବେଳେ ଛେଳି ଚର୍ବି ବ୍ୟବହାର ହୋଇଛି ବୋଲି ମଧ୍ୟ ପ୍ରଦେଶ ସରକାରଙ୍କ ଖାଦ୍ୟ ନିରୀକ୍ଷଣ ଟିମ୍ ତଦନ୍ତ କରି ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗର ଏକ ଦଳ ଅଙ୍ଗନବାଡ଼ିରେ ପ୍ରସ୍ତୁତି ହେଉଥିବା ଖାଦ୍ୟର ନିରୀକ୍ଷଣ ପାଇଁ ଆସିଥିଲେ ଖଣ୍ଡଓ୍ୱା ଜିଲ୍ଲା ପେଥିୟା ଗାଁକୁ। ଏହି ସମୟରେ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରେ ପଶି ଖାଦ୍ୟ ପ୍ରସ୍ତୁତି ଦେଖିଥିଲେ। ସେଠାରେ ଖାଦ୍ୟରେ ଛେଳି ଚର୍ବି ବ୍ୟବହାର କରାଯାଉଥିବା ତଦନ୍ତ ଅଧିକାରୀ ଦେଖିଥିଲେ। ଏହାପରେ ଖାଦ୍ୟର ମାନ ସଂଗ୍ରହ କରି ଭୋପାଲ ପରୀକ୍ଷା ଗାରକୁ ଶାମ୍ପୁଲ୍ ପଠାଯାଇଥିବା ଜଣାପଡ଼ିଛି। ରୋଷେଇ ପାଇଁ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଦାୟିତ୍ୱ ନେଇଥିଲା ତା’ର ନାମ ବିଶମିଲ୍ଲା ସ୍ୱୟଂ ସହାୟତା ସମୂହ। ମୋଟ୍ ଦୁଇଟି ଅଙ୍ଗନବାଡ଼ି ପାଇଁ ଏହି ଏସଏଚଜି ସଂଗଠନ ଦାୟିତ୍ୱ ନେଇଥିଲା। ଏମିତିକି ଖାଦ୍ୟ ପ୍ରସ୍ତୁତି ବେଳେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରୋଷେଇ ଚାର୍ଟ ମଧ୍ୟ ନଥିବା ଦେଖିବାକୁ ମିଳିଥିଲା।

ଏହାପରେ ତଦନ୍ତ ଅଧିକାରୀ ସଂପୃକ୍ତ ଏସଏଚଜିର ଖାଦ୍ୟ ପ୍ରସ୍ତୁତି ଉପରେ ରୋକ୍ ଲଗାଇ ଅନ୍ୟ ଏକ ଏସଏଚଜିକୁ ଦାୟିତ୍ୱ ଦେଇଛନ୍ତି ବୋଲି ଖଣ୍ଡଓ୍ୱା ଜିଲ୍ଲା ପଞ୍ଜାୟତ ଅଧିକାରୀ ରୋଶନ ସିଂହ କହିଛନ୍ତି। ଏହି ଏସଏଚଜି ପାଖାପାଖି ୧୦୦ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ମଧ୍ୟ ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଦେଖିବାକୁ ମିଳିଥିଲା।

By amfnews

Related Post