Sat. Oct 3rd, 2026

ଛାତ ଉପରେ ଶୁଖାଗଲା ଲକ୍ଷାଧିକ ଟଙ୍କା!

291 Views

ଆସ୍କା: ଛାତ ଉପରେ ଶୁଖାଯାଇଛି ଲକ୍ଷ ଲକ୍ଷ ଟଙ୍କା। ଆସ୍କା ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ଉପରେ ନୋଟ୍‌ ଗୁଡ଼ିକ ଶୁଖାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବାତ୍ୟା ତିତ୍‌ଲି ପରେ ହୋଇଥିବା ବନ୍ୟାରେ ବ୍ୟାଙ୍କ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ପାଣି ଜମି ରହିଥିଲା। ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍‌ ଭିତରେ ଥିବା ଲକର୍‌ ଭିତରେ ପାଣି ପଶି ଟଙ୍କା ସବୁ ଓଦା ହୋଇଯାଇଥିଲା। ତେବେ ଖରା ହେବା ପରେ ସବୁ ଟଙ୍କାକୁ ବ୍ୟାଙ୍କର ଛାତ ଉପରେ ଶୁଖାଯାଇଥିଲା।ଅନ୍ୟପଟେ, ଏହି ଘଟଣା ତଥା ଓଦା ହୋଇଥିବା ଟଙ୍କାର ପରିମାଣ ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

By amfnews

Related Post