Sat. Jul 4th, 2026

ଛାତ୍ର ଅଶାନ୍ତି: ‘ବୋଷ’ ଗେଟ୍‌ରେ ତାଲା ପକାଇ ଜାଳିଲେ ଟାୟାର

207 Views

କଟକ : କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ‘ବୋଷ’ରେ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ଦିଆଯାଇ ନଥିବା ଅଭିଯୋଗ ଆଣି ଛାତ୍ରମାନେ ତାତି ଯାଇଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ’ ଗେଟ୍‌ ସମ୍ମୁଖରେ  ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି।

ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ  ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଖବର ପାଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କ ସହ ଆଲୋଚନା ଜାରି ରଖିଛନ୍ତି।ctc

ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି“, ଛାତ୍ରମାନେ କ୍ୟାଣ୍ଟିନ୍ ଫି’ ନେଇ ପ୍ରଥମେ ୨ହଜାର ଟଙ୍କା ସିକ୍ୟୁରିଟି ମନି ଦେଇଥିଲେ। ଏହାସହିତ ପ୍ରତି ସପ୍ତାହରେ ପାଞ୍ଚ ଶହ ଟଙ୍କା ଦେବାର ଆବଶ୍ୟକତା ଥିଲା। ହେଲେ ଛାତ୍ରମାନେ ପଇସା ଦେଇ ନାହାନ୍ତି।”

By amfnews

Related Post