Tue. Oct 6th, 2026

ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଧାରଣା

246 Views

ରାଉରକେଲା  : ସୁନ୍ଦରଗଡ଼ ଜିଲ୍ଲା ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରଙ୍ଗମାଟି ଆଶ୍ରମ ସ୍କୁଲରେ ଗତକାଲି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତା ଛାତ୍ରୀଜଣକ ହେଲେ ରଶ୍ମିତା କେର୍କେଟା। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଗାଁଲୋକଙ୍କ ସହ ଛାତ୍ରୀଙ୍କ ବାପା-ମାଆ ଆଜି ସକାଳେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ କ୍ଷତିପୂରଣ ଦାବିରେ ଲାଠିକଟା ବ୍ଲକ୍‌ (ଖ)ର  ଜିଲ୍ଲା ପରିଷଦ ଅଧ୍ୟକ୍ଷ ମହେଶ ନାଗ୍‌ଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାରେ ତାଳମେଳ ରହୁ ନଥିବାରୁ ସନ୍ଦେହ ବଢ଼ି ଚାଲିଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ରଶ୍ମିତା ସ୍କୁଲର ଝରକା ବନ୍ଦ କରୁଥିବା ବେଳେ ହଠାତ୍‌ ପଡ଼ି ଯାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ବିରିକେରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଳୁଙ୍ଗା ଫାଣ୍ଡି ଓ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ମୃତ ଛାତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ପାଇ ନଥିଲେ। ତେବେ ଛାତ୍ରୀଙ୍କ ଶରୀର କଳା ପଡ଼ିଯାଇଥିବା ସେମାନେ ଦେଖିବାକୁ ପାଇଥିଲେ।

By amfnews

Related Post