Sun. Oct 18th, 2026
321 Views

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଇଓ ଅଫିସ ନିକଟସ୍ଥ ଗୋପବନ୍ଧୁ ଛାତ୍ରାବାସ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜେଶ ମଲ୍ଲିକ(୩୪)। ତାଙ୍କ ଘର ଆମ୍ବଡ଼ିହା ଗାଁରେ।

ଆଜି ସକାଳେ ରାଜେଶଙ୍କ ମୃତଦେହ ଗୋପବନ୍ଧୁ ଛାତ୍ରାବାସ ପାଖରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ରାଜେଶଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ରକ୍ତ ବାନ୍ତି କରିଥିବା ଦେଖିବାକୁ ମିଳିଛି।

By amfnews

Related Post