Sun. Apr 26th, 2026

ଚେନ୍ନାଇ: ଆଜି ତୃତୀୟ ଜଜ୍‌ ଶୁଣାଇବେ ୧୮ ଏଆଇଏଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାର ରାୟ

218 Views

ଚେନ୍ନାଇ, ଅକ୍ଟୋବର ୨୫: ତାମିଲନାଡୁର ସରକାରଙ୍କ ସ୍ଥାୟୀତ୍ୱ ନେଇ ଆଜି ଏକ ବଡ଼ ଫଏସଲା ଆସିବ। ଏଆଇଡିଏମକେର ୧୮ ଜଣ ବିଧାୟକଙ୍କ ସଭ୍ୟପଦ ମାମଲାରେ ଆଜି ଦିନ ସାଢ଼େ ୧୦ଟା ବେଳେ ମାଡ୍ରାସ ହାଇକୋର୍ଟ ରାୟ ଦେବେ। ଯଦି ଏହି ୧୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୁଏ ତେବେ ଏଆଇଏଡିଏମକେ ସରକାର ପାଇଁ କୌଣସି ବିପଦ ନାହିଁ। ମାତ୍ର ଯଦି ଏହି ୧୮ ଜଣ ଏଆଇଏଏଡିଏମକେ ବିଧାୟକଙ୍କ ସଭ୍ୟପଦକୁ ହାଇକୋର୍ଟ କାଏମ ରଖନ୍ତି, ତେବେ ବିରୋଧୀଗୋଷ୍ଠୀରେ ସାମିଲ ହୋଇ ଏହି ବିଧାୟକମାନେ ତାମିଲନାଡୁର ଇପିଏସ ସରକାର ପାଇଁ ବିପଦ ସୃଷ୍ଟି କରି ପାରନ୍ତି।

ସୂଚନା ଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟର ତତ୍‌କାଳୀନ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୨ ଜଣିଆ ବେଞ୍ଚ ଏହି ୧୮ ଜଣ ବିଧାୟଙ୍କ ସଭ୍ୟପଦ ନେଇ ମାମଲାର ଶୁଣାଣି କରିଥିଲେ। ପରେ ଦୁଇ ଜଣ ବିଚାରପତିଙ୍କ ରାୟ ଭିନ୍ନ ହେବାରୁ ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ତୃତୀୟ ଜଜ୍‌ଙ୍କୁ ଏହି ମାମଲା ଶୁଣାଣି ନିଯୁକ୍ତି ଦିଆଯାଇଥିଲା। ଏହି ତୃତୀୟ ବିଚାରପତିଙ୍କ ରାୟ ଆଜି ଆସିବ।

ପ୍ରକାଶ ଥାଉକି ଇ କେ ପାଲାନିସ୍ୱାମୀ ସରକାର ସପକ୍ଷରେ ୧୦୯ ଏଆଇଏଡିଏମକେ ବିଧାୟକଙ୍କର ସମର୍ଥନ ରହିଛି। ଯଦି ଏହି ବିଧାୟକଙ୍କ ମାନଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତି କାଏମ ରହେ ତେବେ ସରକାରଙ୍କ ପାଇଁ କୌଣସି ବିପଦ ନାହିଁ। ଆଉ ଯଦି କୋର୍ଟ ଏହି ୧୮ ଜଣ ବିଧାୟକଙ୍କ ସଭ୍ୟପଦକୁ କାଏମ ରଖନ୍ତି, ତେବେ ତାମିଲନାଡୁର ଇପିଏସ ସରକାରଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ।

By amfnews

Related Post