Mon. Apr 27th, 2026

ଚୀନ୍‌ ସହାୟତାରେ ଅନ୍ତରୀକ୍ଷକୁ ମାନବ ପଠାଇବ ପାକିସ୍ତାନ

322 Views

ଇସ୍‌ଲାମାବାଦ,ଅକ୍ଟୋବର ୨୬ : ଚୀନ୍‌ ସହାୟତାରେ ୨୦୨୨ରେ ପାକିସ୍ତାନ ଅନ୍ତରୀକ୍ଷକୁ ପ୍ରଥମ ଥର ପାଇଁ ମାନବ ପଠାଇବ ବୋଲି ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଗୁରୁବାର ଦିନ ଘୋଷଣା କରିଛି। ସେହି ବର୍ଷ ଭାରତ ମଧ୍ୟ ତା’ର ଅନ୍ତରୀକ୍ଷ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

୨୦୨୨ରେ ଆରମ୍ଭ ହେବକୁ ଥିବା ପାକିସ୍ତାନର ପ୍ରଥମ ମହାକାଶ ଅଭିଯାନକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନୁମୋଦିତ ହୋଇଛି। ନଭେମ୍ବର ୩ ତାରିଖରେ ପ୍ରଥମ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବେଜିଙ୍ଗ୍‌ ଗସ୍ତରେ ଯିବେ।

ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍‌ କମ୍ପାନି ଅପର୍‌ ଆଟ୍‌ମୋସ୍ଫିୟର୍‌ ରିସର୍ଚ କମିସନ୍‌ଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୁଇ କୃତ୍ରିମ ଉପଗ୍ରହକୁ ଚୀନ୍‌ ଲଞ୍ଚ୍‌ ଭେଇକ୍ଲି ବ୍ୟବହାର କରି କକ୍ଷ ପଥରେ ସ୍ଥାପିତ କରିଛି।

ଚୀନ୍‌ର ଗୋବି ମରୁଭୂମିରେ ଅବସ୍ଥିତ ଜିଉକ୍ୱାନ୍‌ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟର୍‌ରୁ ଚାଇନିଜ୍‌ ଲଙ୍ଗ୍‌ ମାର୍ଚ ରକେଟ୍‌ ଦ୍ୱାରା ଉକ୍ତ ସାଟେଲାଇଟ୍‌ ସବୁ ଉତ୍‌କ୍ଷେପଣ କରାଯାଇଥିଲା।

By amfnews

Related Post