Wed. Sep 30th, 2026

ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ୬୬ତମ ଜନ୍ମଦିବସରେ ଏପରି ଉପହାର ଦେଲେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌

281 Views

ଦୁସାମ୍ବେ (ତାଜ୍‌କିସ୍ତାନ୍‌) : ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ୬୬ତମ ଜନ୍ମଦିବସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୋଟାଏ ବିରାଟ ବାକ୍ସରେ ବାକ୍‌ସେ ଆଇସ୍‌କ୍ରିମ୍‌ ଉପହାର ଦେଇଛନ୍ତି। ଗୋଟାଏ ଶିଖର ସମ୍ମିଳନୀ ପାଇଁ ଜି ଶନିବାର ଦିନ ତାଜ୍‌କିସ୍ତାନ୍‌ରେ ଉପସ୍ଥିତ ଥିଲେ।

କ୍ରେମ୍‌ଲିନ୍‌ େଓ୍ଵବ୍‌ସାଇଟ୍‌ କହିବା ଅନୁସାରେ, ପୁଟିନ୍‌ ଜି’ଙ୍କୁ କହିଲେ: ଜନ୍ମଦିନ ସୁଖମୟ ହେଉ, ମୋର ଆନ୍ତରିକ ଶୁଭେଚ୍ଛା… ଆପଣଙ୍କ ପରି ବନ୍ଧୁ ପାଇ ମୁଁ ଆନନ୍ଦିତ। ‘କନ୍‌ଫରେନ୍‌ସ୍‌ ଅନ୍‌ ଇଣ୍ଟରାକ୍ସନ୍‌ ଆଣ୍ଡ୍‌ କନ୍‌ଫିଡେନ୍‌ସ୍‌ ବିଲ୍‌ଡିଙ୍ଗ୍‌ ମେଜର୍‌ସ୍‌ ଇନ୍‌ ଏସିଆ’ର (ସିଆଇସିଏ) ପଞ୍ଚମ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଦୁଇ ନେତା ତାଜିକ୍‌ ରାଜଧାନୀ ଦୁସାମ୍ବେ ଠାରେ ମିଳିତ ହୋଇଥିଲେ। ଇରାନ୍‌ ଏବଂ କତାର ସମେତ ୨୭ଟି ଦେଶର ପ୍ରତିନିଧି ଦଳ ଏଥିରେ ଏକତ୍ର ହୋଇଥିଲେ।

ଗତ ସପ୍ତାହରେ ଜି ପୁଟିନ୍‌ଙ୍କୁ ଭେଟିବାକୁ ତିନି ଦିନିଆ ରୁଷ୍‌ ଗସ୍ତରେ ଯାଇଥିବା ବେଳେ ପୁଟିନ୍‌ଙ୍କୁ ‘ପରମ ମିତ୍ର’ ବୋଲି କହିଥିଲେ।  ଶନିବାର ଦିନ ଦୁସାମ୍ବେର ତାପମାତ୍ରା ୩୦ ଡିଗ୍ରି ଟପିଥିବା ବେଳେ ରୁଷୀୟ ଆଇସ୍‌କ୍ରିମ୍‌ରେ ପୂର୍ଣ୍ଣ ହୋଇଥିବା ବିରାଟ ବାକ୍ସ ଉପହାର ଦେବା ପୂର୍ବରୁ ପୁଟିନ୍‌ କହିଲେ, ‘‘ଆମ୍ଭେ ଉତ୍ତମ ଉପହାରମାନ ନେଇ ଆସିଛୁ।’’ ଅନ୍ୟ ଉପହାରଗୁଡ଼ିକ ମଧ୍ୟରେ ଥିଲା କେକ୍‌ ଓ ଆଳଙ୍କାରିକ ଫୁଲଦାନି। ଜନ୍ମଦିନ ଅବସରରେ ଜି ଓ ପୁଟିନ୍‌ ସାମ୍ପେନ୍‌ ଗ୍ଲାସ୍‌ ଧରି ଫଟୋ ଉଠାଇଥିଲେ।

By amfnews

Related Post