Fri. Apr 24th, 2026

ଚୀନରେ ଆତଙ୍କ: ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିରୁ କରୋନାଭାଇରସ୍ ଚିହ୍ନଟ

271 Views

ନୂଆଦିଲ୍ଲୀ: ଚୀନରେ ପୁଣି ଆତଙ୍କ ଖେଳାଇଛି କରୋନା ଭୂତାଣୁ। ଚୀନର ଊହାନ ସହର କରୋନା ଭୂତାଣୁର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବା ବେ‌ଳେ ଏବେ ଚୀନକୁ ଆସିଥିବା ଗୋମାଂସ ଓ ଚିଙ୍ଗୁଡ଼ିରୁ କରୋନାଭାଇରସ୍ ଚିହ୍ନଟ ହୋଇଛି। ଅଗଷ୍ଟ ମାସରେ ଆସି ଫ୍ରିଜରରେ ରହିଥିବା ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିରୁ ଏବେ କରୋନାଭାଇରସ୍ ଚିହ୍ନଟ ହୋଇଛି।

ଊହାନ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଆୟୋଗ ନିଜ ୱେବସାଇଟରେ ଏକ ବିବୃତିରେ କହିଛି ଯେ, ବ୍ରାଜିଲରୁ ଆସି ଶୀତଳ ଭଣ୍ଡାରରେ ରଖାଯାଇଥିବା ହାଡହୀନ ଗୋମାଂସ ଅଗଷ୍ଟ ୭ରେ ସେଠାରୁ ଆସି ଅଗଷ୍ଟ ୧୭ରେ ଚୀନରେ ପହଞ୍ଚିଥିଲା। ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିକୁ ଶୀତଳ ଭଣ୍ଡାରରେ ରଖାଯାଇଥିଲା। କିନ୍ତୁ ଏବେ ସେଥିରେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି।

Chinese customs detect coronavirus in frozen South American shrimps - CGTN
CGTN

କିନ୍ତୁ ଏହି ଘଟଣା ବିଷୟରେ ଚୀନ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ସେମାନଙ୍କୁ ଜଣାଇ ନଥିବା କହିଛନ୍ତି ବ୍ରାଜିଲ ସରକାର । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଚୀନରେ ଶୀତଳ ଭଣ୍ଡାରରେ ରଖାଯାଇଥିବା ଚିଙ୍ଗୁଡ଼ି ଏବଂ ମାଂସରୁ କରୋନାଭାଇରସ୍ ଚିହ୍ନଟ ହୋଇଥିଲା।

By amfnews

Related Post